Our Services

Chasicare often try to bring agricultural revolution into Odisha by implementing a new range of technology, agricultural support to farmers and focus on organic farming for a sustainable development. The CHASICARE believe in agricultural development of Odisha and helping farmers to setup their own agricultural business including organic farming, Biofoc fish farming, urban farming, dairy farming, poultry farming, mushroom farming, goatery farming, Aquaponics and many more. Let’s explore the list of services the CHASICARE is offering in Odisha..

Biofloc Farming
ବାୟୋଫ୍ଲକ

ବାୟୋଫ୍ଲକ ଏକ ବୈଷୟିକ ମାଛ ଚାଷ ପ୍ରଣାଳୀ । ଉପଯୁକ୍ତ ଜ୍ଞାନକୌଶଳ ଦ୍ୱାରା ମାଛଚାଷରେ ନିଶ୍ଚିତ ଲାଭ ମିଳିଥାଏ । ଚାଷୀକେୟାର ଏକମାତ୍ର କମ୍ପାନୀ ଯିଏ ଭାରତର ଅତ୍ୟାଧୂନିକ ଜ୍ଞାନକୌଶଳ ପ୍ରୟୋଗ କରୁଛି । ସ୍ୱତନ୍ତ୍ର ଜ୍ଞାନକୌଶଳରେ ଟାଙ୍କି ତିଆରି ଠାରୁ ତାହାର ପ୍ରସ୍ତୁତି, ଫ୍ଲକ ପ୍ରସ୍ତୁତ, ପାଣି ପରିଚାଳନା, ମାଛ ସ୍ୱାସ୍ଥ୍ୟ ପରୀକ୍ଷା ଓ ମାଛ ବିକ୍ରିରେ ସହାୟତା କରିଥାଏ । ବାୟୋଫ୍ଲକ ପାଇଁ ପ୍ରଶିକ୍ଷଣ ମଧ୍ୟ ଦେଉଛି । ବାୟୋଫ୍ଲକ ନାମରେ କିଛି ବ୍ୟକ୍ତି/ସଂସ୍ଥା ବିଭିନ୍ନ ପ୍ରଲୋଭନ ଦେଖାଇ ଶସ୍ତାରେ ଟାଙ୍କି ତିଆରି କରିଦେଉଛନ୍ତି । ଚାଷୀଭାଇମାନେ ତାହା ଉପରେ ଭରସା କରି ଠକାମୀର ଶୀକାର ହେଉଛନ୍ତି । ଯାହାଦ୍ୱାରା ବାୟୋଫ୍ଲକ ଭଳି ଏକ ଉନ୍ନତ ପ୍ରଣାଳୀ ବିଫଳ ହେଉଥିବା ଭାବଧାରା ସୃଷ୍ଟି ହେଉଛି । ତେଣୁ ଚାଷୀଭାଇମାନେ ଚାଷୀକେୟାର ଠାରୁ ଉପଯୁକ୍ତ ପରାମର୍ଶ ନିଅନ୍ତୁ ଓ ଲାଭ ପାଆନ୍ତୁ ।

Chasicare Odisha

Dairy Farming
ଗାଈଚାଷ

ଗାଈ ଚାଷ ଏକ ପାରମ୍ପରିକ ଚାଷ । ସମୟ ବଦଳିବା ସହ ଏହି ଚାଷରେ ଜ୍ଞାନକୌଶଳ ପ୍ରୟୋଗ ଦ୍ୱାରା ଲାଭ ନିଶ୍ଚିତ ହୋଇ ପାରିବ । ଗାଈ ଚାଷ ଅର୍ଥ କେବଳ ଜର୍ସି ବୋଲି ଭାବିବା ଉଚିତ ନୁହେଁ । ଏହା କିଛିଦିନ ପରେ ଆବଶ୍ୟକ ଲାଭ ଦେବାରେ ସମର୍ଥ ହୁଏନାହିଁ । ଦେଶୀଗାଈ ଚାଷ ଅଧିକ ଲାଭଯୁକ୍ତ ହେଉଛି । ଦେଶୀଗାଈ ୧୫-୧୮ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥାଏ । କ୍ଷୀରରୁ ଘିଅ ପ୍ରସ୍ତୁତି କରି ବ୍ୟବସାୟ କରାଯାଇପାରିବ । ଦେଶୀଗାଈର ଗୋବର ଓ ମୁତ୍ର ମଧ୍ୟ ବିକ୍ରି କରାଯାଇ ପାରିବ । ଏହାଦ୍ୱାରା ଅଧିକ ଲାଭ ହେଉଛି । ଦେଶୀଗାଈ ଚାଷ ପାଇଁ ସରକାରଙ୍କର ରିହାତି ବ୍ୟବସ୍ଥା ରହିଛି ।

Chasicare Odisha

Goatery Farming
ଛେଳି ଚାଷ

ଛେଳିଚାଷ ସର୍ବଦା ଲାଭଜନକ ହୋଇଥାଏ । ହେଲେ ଏହି ଚାଷକୁ ସୁ ସଂଯୋଜିତ ଭାବେ କରାଯିବା ଆବଶ୍ୟକ । ଆମ ରାଜ୍ୟରେ ଛେଳିମାଂସର ଚାହିଦା ଅଧିକ ରହିଛି । ମାଂସର ଚାହିଦା ଯେତିକି ରହିଛି, ସେହି ପରିମାଣରେ ଛେଳି ଉତ୍ପାଦନ ହେଉନାହିଁ । ଏହି ଚାଷକୁ ଚାଷୀକେୟାର ସୁସଂଯୋଜିତ ଭାବେ କରିବାରେ ସମସ୍ତ ସହାୟତା ଦେଉଛି । ସରକାରଙ୍କ ଠାରୁ କିପରି ରିହାତି(ସବସିଡି) ମିଳିପାରିବ ସେଥିରେ ଚାଷୀ ମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦେଇଥାଏ । କେବଳ ସେତିକି ନୁହେଁ, ଚାଷୀମାନେ କିପରି ତାଙ୍କ ଉତ୍ପାଦ(ଛେଳି)କୁ ବିକି୍ର କରିପାରିବେ, ସେଥିପାଇଁ ମଧ୍ୟ ଚାଷୀକେୟାର ସହାୟତା କରିଥାଏ ।

Chasicare Odisha

Poultry Farming
କୁକୁଡ଼ା ଚାଷ

ଚାଷୀକେୟାର ଦେଶୀ କୁକୁଡ଼ା ଚାଷକୁ ପ୍ରୋତ୍ସାହିତ କରୁଛି । ଦେଶୀ କୁକୁଡ଼ା ସ୍ୱାସ୍ଥ୍ୟକର ଓ ଲାଭଜନକ ମଧ୍ୟ । ଦେଶୀ କୁକୁଡ଼ାରେ କୌଣସି ରସାୟନ (କେମିକାଲ ହରମୋନ) ଦିଆଯାଏ ନାହିଁ । ସେଥିପାଇଁ ଦେଶୀ କୁକୁଡ଼ାର ଅଣ୍ଡା ଏବଂ ମାଂସ ଶରୀର ପାଇଁ କ୍ଷତିକାରକ ନୁହେଁ । ଏହାର ବଜାର ଚାହିଦା ବି ବେଶ ରହିଛି । ଏହି ଚାଷ ପାଇଁ ଚାଷୀକେୟାର ସମସ୍ତ ସହାୟତା କରିଥାଏ । ବିକ୍ରି ପାଇଁ ମଧ୍ୟ ଚାଷୀକେୟାର ସହଯୋଗ କରୁଛି । କେବଳ ସେତିକି ନୁହେଁ, ଏହି ଚାଷ ପାଇଁ ଥିବା ସରକାରୀ ସହାୟତା ବି ଚାଷୀକେୟାର ଯୋଗାଇ ଦେବାରେ ଚାଷୀଭାଇ ମାନଙ୍କୁ ସହଯୋଗ କରିଥାଏ ।

Chasicare Odisha

Organic Farming
ଜୈବିକ ଚାଷ

ଅର୍ଗାନିକ ଫାର୍ମିଙ୍ଗ ବା ଜୈବିକ କୃଷି ପ୍ରତି ଆଗ୍ରହ ବଢୁଛି । ସୁସ୍ଥ ଜିବନଶୈଳୀ ପାଇଁ ଏହି ଜୈବିକ କୃଷି ଦ୍ଵାରା ପ୍ରସ୍ତୁତ ଫସଲ ଏବଂ ଖାଦ୍ୟ ସାମଗ୍ରୀ ଅତ୍ୟନ୍ତ ଉପାଦେୟ । ଏହି ଜୈବିକ କୃଷିକୁ ଆପଣେଇ ଅନେକ ଚାଷୀଭାଇ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଜୈବିକ କୃଷି ପଦ୍ଧତିରେ ରାସାୟନିକ ସାର ଓ କୀଟନାଶକ ଔଷଧର ବ୍ୟବହାର ହେଉନଥିବାରୁ ଏହା ପରିବେଶ ପାଇଁ ମଧ୍ୟ ଅନୁକୂଳ ହେଉଛି । ଓଡ଼ିଶାରେ ଉନ୍ନତ ପଦ୍ଧତିରେ ଜୈବିକ କୃଷି ପାଇଁ "ଚ।ଷିକେୟାର" ସବୁ ପ୍ରକାରର ସହାୟତା ଯୋଗାଇଦେଉଛି । ଜୈବିକ କୃଷି ଶରୀରକୁ ସୁସ୍ଥ ରଖିବା ଓ ନିଜ ଘର ବା ବାଡ଼ିବଗିଚାରେ ପରିବା ତଥା ଫଳ ଚାଷ କରି ତୋଳିବାର ଖୁସି ଦେଇଥାଏ । ଅତ୍ୟାଧୁନିକ ପ୍ରଣାଳୀରେ ଜୈବିକ କୃଷି ଦେଇଥାଏ ଅଧିକ ଲାଭ । ଓଡିଶା ସରକାର ଏହି ଜୈବିକ କୃଷିର ଉନ୍ନତି ପାଇଁ ସବସିଡି ଏବଂ ସହାୟତା ମଧ୍ୟ ଦେଉଛନ୍ତି । ଅର୍ଗାନିକ ଫାର୍ମିଙ୍ଗ ବା ଜୈବିକ ଚାଷ କମ ଜାଗାରେ ହୋଇପାରୁଛି ଏବଂ ଭଲ ଆୟ ମଧ୍ୟ ଦେଉଛି । ନିଜର ଜୈବିକ କୃଷି ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜିହିଁ "ଚ।ଷିକେୟାର" ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରନ୍ତୁ ।

ଛତୁ ଚାଷ

ଛତୁ ଚାଷ ଛତୁ ଚାଷର ଚାହିଦା ଦିନକୁ ଦିନ ବଢ଼ୁଛି । ଅନେକ ଲୋକ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଶାକାହାରୀ ଖାଦ୍ୟ ପସନ୍ଦ କରୁଛନ୍ତି । ସେଥିପାଇଁ ଛତୁର ଚାହିଦା ବଢ଼ୁଛି । ଛତୁ କେବଳ ପ୍ରତ୍ୟେକ୍ଷ ଖାଦ୍ୟ ମଧ୍ୟରେ ସୀମିତ ନୁହେଁ । ଛତୁକୁ ଆଚାର, ବିସ୍କୁଟ, ଶୁଖିଲା ଖାଦ୍ୟ, ପ୍ରୋଟିନ ପାଉଡର ଭାବେ ମୂଲ୍ୟଯୁକ୍ତ ଖାଦ୍ୟ ପ୍ରସ୍ତୁତ କରାଯାଇ ପାରିବ । ଏଥିପାଇଁ ସମସ୍ତ ସହାୟତା ଚାଷୀକେୟାର ଯୋଗାଇ ଦେଉଛି । ଛତୁ ଚାଷ ପାଇଁ ସେଡ ଠାରୁ ବେଡ ପ୍ରସ୍ତୁତି, ଛତୁ ମଞ୍ଜି ଯୋଗାଣ ଏବଂ ମୁଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ପାଇଁ ଯନ୍ତ୍ରାଂଶ ଯୋଗାଇ ଦେଉଛି । ସରକାରୀ ରିହାତି ମଧ୍ୟ ଚାଷୀକେୟାର ଯୋଗାଇ ଦେବାରେ ସହାୟତା କରୁଛି । ହାଇଡ୍ରୋଫୋନିକ ହାଇଡ୍ରୋଫୋନିକ ଏକ ଅତ୍ୟାଧୂନିକ ପନିପରିବା ଓ ଫଳ ଚାଷ । ଏହା ବିନା ମାଟିରେ ଚାଷ କରାଯାଇଥାଏ । ଏହା ଜୈବିକ ଚାଷ । ଏଥିରେ ସାର କିମ୍ବା ରସାୟନିକ ଦ୍ରବ୍ୟର ବ୍ୟବହାର କରାଯାଏ ନାହିଁ । ଏହା ଅତି କମ ସ୍ଥାନରେ କରାଯାଇ ପାରିବ । ଘରର ଛାତ ଉପରେ ବି କରାଯାଇ ପାରିବ । ସାର ଯୁକ୍ତ ପରିବା ଓ ଫଳ ଯୋଗୁ ଶରୀରର ବ୍ୟାପକ କ୍ଷତି ହେଉଛି । ରୋଗର ପ୍ରଭାବ ବଢ଼ୁଛି । ଶରୀରକୁ ସୁସ୍ଥ ରଖିବା ଓ ନିଜ ଘରେ ପରିବା ତଥା ଫଳ ଚାଷ କରି ତୋଳିବାର ଖୁସି ମିଳିଥାଏ ।

Chasicare Odisha

Aquaponics Farming
ଆକ୍ୱାପୋନିକ

ଏହା ମଧ୍ୟ ଅତ୍ୟାଧୂନିକ ଚାଷ ପ୍ରଣାଳୀ । ମାଟି ବିନା ପନିପରିବା ଓ ଫଳ ଚାଷ କରାଯାଇଥାଏ । ଏହା ମାଛ ଚାଷ ସହ ମିଳିତ ଭାବେ କରାଯାଏ । ମାଛ ଚାଷର ପାଣିକୁ ପନିପରିବା ଚାଷ ପାଇଁ ବ୍ୟବହାର କରାଯାଇଥାଏ । ପନିପରିବାରୁ ପାଣି ମାଛକୁ ଆସିଥାଏ । ଏହା ଏକ ଉନ୍ନତ ପ୍ରଣାଳୀ । ଘରେ ଥିବା ଆକ୍ୱାରିୟମ ସହ ଏହି ଚାଷକୁ ସଂଯୁକ୍ତ କରାଯାଇ ପାରୁଛି । ଏହି ଚାଷ ଦ୍ୱାରା ମାଛ ଓ ପନିପରିବାର ଚାହିଦା ପୂରଣ ହୋଇଥାଏ । ସମନ୍ୱିତ ଚାଷ ସମନ୍ୱିତ ଚାଷର ଚାହିଦା ଏବେ ବଢ଼ୁଛି । ଗୋଟିଏ ସ୍ଥାନରେ ଏକାଧିକ ଚାଷ କରିବା ହେଉଛି ସମନ୍ୱିତ ଚାଷ । ଏଥିପାଇଁ ସର୍ବନିମ୍ନ ୧ ଏକର ଜମିର ଆବଶ୍ୟକ ପଡ଼ିଥାଏ । ୫ ରୁ ୨୫ଏକର ଜମିରେ ବେଶ ଉକ୍ରୃଷ୍ଟ ସମନ୍ୱିତ ଚାଷ କରାଯାଇ ପାରିବ । ୨ ରୁ ୩ଏକର ଜମିରେ ସମନ୍ୱିତ ଚାଷ କରି ଜଣେ ଚାଷୀ ମାସିକ ୧ ରୁ ଦେଢ଼ ଲକ୍ଷ ଟଙ୍କା ଆୟ କରିପାରିବେ । ଏହା ହେଉଛି ଅତ୍ୟନ୍ତ ଲାଭଜନକ ପ୍ରକ୍ରିୟା । ସମନ୍ୱିତ ଚାଷକୁ କୃଷି ପର୍ଯ୍ୟଟନ(ଏଗ୍ରି ଟୁରିଜମ) ସ୍ଥଳୀ ଭାବେ ରୂପାନ୍ତର କରାଯାଇ ପାରିବ । ଚାଷୀକେୟାରୀ ପ୍ରଥମଥର ପାଇଁ ସମନ୍ୱିତ ଚାଷ ଏଗ୍ରି ଆର୍କିଟେକଙ୍କ ଦ୍ୱାରା କରାଉଛି । ଯାହାଦ୍ୱାରା ଜମିର ଉପଯୁକ୍ତ ଉପଯୋଗ କରି ଭଲ ଲାଭ ଉପାର୍ଜନ କରାଯାଇ ପାରିବ । ଏଥିପାଇଁ ଥିବା ସରକାରୀ ରହାତି ଯୋଗାଇ ଦେବାରେ ବି ଚାଷୀକେୟାର ସଂଯୋଜନା କରିଥାଏ ।

Chasicare Odisha

Contact Us

Contact the CHASICARE Expert team by filling out the Form below and our professional team will reach you soon, OR call us at: +91-97770 28888 for details.